⚪ମାଟ୍ରିକ ପରୀକ୍ଷାରେ ଯୋଗ ଦେବେନି ପ୍ରାଥମିକ ଶିକ୍ଷକ, ଆସନ୍ତା ୧୫ରୁ ୩ ଦିନବ୍ୟାପୀ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଚେତାବନୀ⚪
ମାଟ୍ରିକ ପରୀକ୍ଷା ବର୍ଜନ ପାଇଁ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ନିଷ୍ପତ୍ତି। ପୂର୍ବର ଛଅ ବର୍ଷକୁ ମୂଳ ଚାକିରିରେ ଗଣନା, କେନ୍ଦ୍ରୀୟ ହାରରେ ଦରମା ଓ ପୁରୁଣା ପେନସନର ସୁବିଧା ଦାବୀ ନେଇ ସଂଘ ଦାବୀ କରିଆସୁଥିଲେ ବି ସରକାର ଦୃଷ୍ଟି ଦେଉ ନାହିଁ । ସଂଘର ନେତାଙ୍କ ସହ ମୁଖ୍ୟ ସଚିବଙ୍କ ଆଲୋଚନା ପରେ ବି ଶିକ୍ଷକଙ୍କୁ ସେମାନଙ୍କ ହକ ମିଳିନି ।
ତେଣୁ ଆଗାମୀ ମାଟ୍ରିକ୍ ପରୀକ୍ଷା ପରିଚାଳନାରେ କୌଣସି ପ୍ରକାର ସହଯୋଗ କରିବେ ନାହିଁ ବୋଲି ମହାସଂଘ ନିଷ୍ପତ୍ତି ନେଇଛି ।
ଆଜି ସୁନ୍ଦରଗଡ଼ ପ୍ରଗତୀ ମଣ୍ଡପରେ ସଭାପତି ହୋତେଶ୍ୱର ଶେଖର ଦେଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ ହୋଇଛି । ଦାବି ପୂରଣ ନ ହେଲେ ଆସନ୍ତା ୧୫ ତାରିଖରୁ ୩ ଦିନ ରାଜଧାନୀରେ ବିକ୍ଷୋଭ କରିବାକୁ ସଂଘ ଚେତାବନୀ ଦେଇଛି । ଏଥିସହ ଅର୍ନିଦ୍ଦିଷ୍ଟ କାଳ ଯାଏ ସାମୁହିକ ଛୁଟିରେ ରେ ରହିବା ପାଇଁ ନିଷ୍ପତ୍ତି ହୋଇଛି ।
♡ ㅤ ❍ㅤ ⎙ㅤ ⌲ 🔔
ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ ᵘⁿᵐᵘᵗᵉ
👁🗨MUST SHARE
& SUPPORT 🤝 💖
Join : @Bidhyarthisathi2
💮ପ୍ରତିଷ୍ଠା ହେଲା ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ , ଯୋଗାଇ ଦିଆଯିବ ଗୁଣାତ୍ମକ ସ୍ୱାସ୍ଥ୍ୟ ଶିକ୍ଷା💮
ଆଜିଠାରୁ ପ୍ରତିଷ୍ଠା ହୋଇଛି ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ। ଏ ନେଇ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାର ହେଡକ୍ୱାର୍ଟର ଭୁବନେଶ୍ୱରରେ ରହିବ । ଏହି ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଗୁଣାତ୍ମକ ସ୍ୱାସ୍ଥ୍ୟ ଶିକ୍ଷା ଯୋଗାଇ ଦିଆଯିବ । ଏଲୋପ୍ୟାଥି, ହୋମିଓପାଥି, ଆୟୁର୍ବେଦ, ନର୍ସିଂ, ଲ୍ୟାବ ଟେକ୍ନୋଲୋଜି ଓ ଅନ୍ୟ ପାରା ମେଡିକାଲ ସାଇନସ୍ ବିଷୟରେ ଶିକ୍ଷା ସର୍ବୋତ୍କୃଷ୍ଟ ଶିକ୍ଷା ଦିଆଯାଇପାରିବ । ଏହି ସ୍ୱାସ୍ଥ୍ୟ ବିଜ୍ଞାନ ପ୍ରତିଷ୍ଠାନ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ପରିଚାଳିତ ହେବ ।
♡ ㅤ ❍ㅤ ⎙ㅤ ⌲ 🔔
ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ ᵘⁿᵐᵘᵗᵉ
👁🗨MUST SHARE
& SUPPORT 🤝 💖
Join : @Bidhyarthisathi2
⚪୩୦୦ ଏକର ଜମିରେ ହେବ ଆଇଫୋନର ନୂଆ କାରଖାନା, ନିଯୁକ୍ତି ପାଇବେ ଲକ୍ଷେ ଲୋକ⚪
ଚାଇନାରୁ ବ୍ୟବସାୟ ହ୍ରାସ କରି ଭାରତ ଆଡ଼କୁ ମୁହାଁଉଛି ଆମେରିକା ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଆପଲ। ଆଇଫୋନ୍ ନିର୍ମାତା କମ୍ପାନୀ ଫକ୍ସକନ ଭାରତରେ ଅଧିକ ନିବେଶ କରିବାକୁ ଘୋଷଣା କରିଛି। କମ୍ପାନୀ କର୍ଣ୍ଣାଟକର ୩୦୦ ଏକର ଜମିରେ ଏକ ନୂଆ ଫ୍ୟାକ୍ଟ୍ରୀ ନିର୍ମାଣ କରିବ।କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଓ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଆଜି ଏ ସମ୍ପର୍କରେ ସୂଚନା ଦେଇଛି। ଏହି ଉତ୍ପାଦନକାରୀ ୟୁନିଟ ପ୍ରାୟ ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବ ବୋଲି ଉଭୟ ଦାବି କରିଛନ୍ତି
ସେ କହିଛନ୍ତି ଯେ, ଆଇଫୋନର ଅଗ୍ରଣୀ ନିର୍ମାତା ଫକ୍ସକନ୍ କୁ ବେଙ୍ଗାଲୁରୁ ଉପକଣ୍ଠରେ ଜମି ଯୋଗାଇ ଦିଆଯାଇଛି । ୩୦୦ ଏକର ପରିମିତ ଏହି କ୍ୟାମ୍ପସକୁ ଆପଲ୍ ଫୋନ୍ ର ସବୁଠାରୁ ବଡ଼ ଉତ୍ପାଦନ ୟୁନିଟ୍ ଭାବେ ବିବେଚନା କରାଯାଉଛି ।ଏହି ତାଇୱାନ କମ୍ପାନୀର ଫ୍ଲାଗଶିପ ୟୁନିଟ ହୋନ ହାଇ ପ୍ରିସିସିଅନ ଇଣ୍ଡଷ୍ଟ୍ରୀ କୋ ଲିଃ ସ୍ଥାନୀୟ ଉତ୍ପାଦନ ପାଇଁ ୭୦୦ ମିଲିୟନ ଡଲାରର ପୁଞ୍ଜିନିବେଶ କରିବ।
🟣ଡିଜିଟାଲ ସେକ୍ଟରରେ ବଡ଼ ସୁଯୋଗ; ବାହାରିବ ୨ କୋଟିରୁ ଊର୍ଦ୍ଧ୍ୱ ଚାକିରି ବିଜ୍ଞପ୍ତି🟣
ଅନଲାଇନ୍ ବିଜ୍ଞାପନ, ସୋସିଆଲ୍ ମିଡିଆ ମାର୍କେଟିଂ, ଇମେଲ୍ ମାର୍କେଟିଂ, ସର୍ଚ୍ଚ ଇଞ୍ଜିନ୍ ଅପ୍ଟିମାଇଜେସନ୍ ଭଳି ନୂତନ କୌଶଳ ଆପଣାଇଛନ୍ତି କମ୍ପାନୀ ମାନେ । ଫଳରେ ଏହି ସବୁ କ୍ଷେତ୍ରରେ ୨୦୨୫ ସୁଦ୍ଧା ଡିଜିଟାଲ୍ କ୍ଷେତ୍ରରେ ଦକ୍ଷ ଯୁବକମାନଙ୍କ ପାଇଁ ୬ କୋଟିରୁ ଅଧିକ ଚାକିରିର ସୁଯୋଗ ସୃଷ୍ଟି ହେବ
ଡିଜିଟାଲ ମାର୍କେଟିଂରେ ଦକ୍ଷ ଯୁବକମାନେ ଡିଜିଟାଲ ମାର୍କେଟିଂ ମ୍ୟାନେଜର, ସୋସିଆଲ ମିଡିଆ ମ୍ୟାନେଜର, ସିଇଓ, ସିଏମଓ, ଡିଜିଟାଲ ମାର୍କେଟିଂ ଆନାଲିଷ୍ଟ ଇତ୍ୟାଦି ପଦବୀ ପାଇଁ ଆବେଦନ କରିପାରିବେ। ଖାଲି ସେତିକି ନୁହେଁ ସୁନ୍ଦର ସୁନ୍ଦର ଲେଖା ବା ଇମେଲ୍ ପାଇଁ ମଧ୍ୟ କିଛି କମ୍ପାନୀ ଆବେଦନ ଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି
ଡିଜିଟାଲ ମାର୍କେଟିଂ କ୍ଷେତ୍ରରେ ଦରମା ଭିନ୍ନ ରହିଥାଏ । ଯୁବକ ଯୁବତୀଙ୍କ ଦକ୍ଷତାକୁ ନେଇ ଦରମା ଦେଇଥାଆନ୍ତି କମ୍ପାନୀ । କାମ କରିବାର ଶୈଳୀ, ଚାକିରିର ଅଭିଜ୍ଞତାକୁ ଦେଖି କମ୍ପାନୀ ଦରମା ନିର୍ଦ୍ଧାରଣ କରିଥାଏ। ଡିଜିଟାଲ ମାର୍କେଟିଂ ପ୍ରଫେସନାଲଙ୍କ ଦରମା ବାର୍ଷିକ ପ୍ରାୟ ୨ ଲକ୍ଷରୁ ୪ ଲକ୍ଷ ଟଙ୍କା ରହିଥାଏ
💠 OUAT ADMISSION
💠 Vacant Seats for Post Graduate (Agril. & Allied Subjects) Spot Admission
✅Daily The Hindu Vocabulary | 25.07.2022
1. PILLAGE (VERB): (लूटना) :Plunder, destroy
Synonyms: ravage, ransack
Antonyms: protect, construct
Example Sentence:
The terrorists pillaged the city.
2. NOXIOUS (ADJECTIVE): (हानिकारक): Deadly, injurious
Synonyms: destructive, harmful
Antonyms: helpful, kind
Example Sentence:
This is a noxious chemical.
3. PERSPICACIOUS (ADJECTIVE): (तीक्ष्ण-बुद्धि) :Observant, perceptive
Synonyms: alert, aware
Antonyms: ignorant, unobservant
Example Sentence:
The CDI officers are always perspicacious with their case.
4. FERVENT (ADJECTIVE): (उत्साही): Enthusiastic
Synonyms: zealous, ardent
Antonyms: apathetic, dull
Example Sentence:
He is a fervent child.
5. FITFUL (ADJECTIVE): (चंचल):Spasmodic
Synonyms: intermittent, fluctuating
Antonyms: continuous, perpetual
Example Sentence:
As long as his breathing is fitful, he will continue to need an oxygen machine.
6. FLOUT (VERB): (अवज्ञा करना): Show contempt for
Synonyms: defy, disregard
Antonyms: honour, praise
Example Sentence:
One should not flout the traffic rules.
7. FEASIBLE (ADJECTIVE): (व्यवहार्य): Practicable
Synonyms: possible, doable
Antonyms: impossible, implausible
Example Sentence:
This seems to be a feasible solution.
8. SUPERVENE (VERB): (पीछे आना) :Follow
Synonyms: pursue, supersede
Antonyms: retreat, precede
Example Sentence:
Team members supervene their leaders.
9. DRACONIAN (ADJECTIVE): (कठोर): Harsh
Synonyms: cruel, oppressive
Antonyms: easy, gentle
Example Sentence:
Your master is a draconian man.
10. DAWDLE (VERB): (समय नष्ट करना) :Waste time
Synonyms: loiter, procrastinate
Antonyms: hasten, hurry
Example Sentence:
The teacher warned the student that he will be punished if he dawdled again.
✅ ସୋସିଆଲ ମିଡିଆରେ ଅତି ମାତ୍ରା ରେ ଭାଇରାଲ ହେଉଥିବା ଏକ ନୋଟିସ୍
❌ ଆଜି ଯାଏ CT/D.EL.ED ପ୍ରକାଶ ପାଇବାର ସରକାରୀ ସୂଚନା କିମ୍ବା ନୋଟିସ୍ ଆସି ନାହିଁ
❌ ଏ ଭଳି ନୋଟିସ୍ କୁ ସବୁ ବେଳେ ସତ୍ୟ ବୋଲି ଗ୍ରହଣ କରନ୍ତୁ ନାହିଁ
❌ ସରକାରୀ ସୂଚନା ଆସିବା ଯାଏ ଅପେକ୍ଷା କରନ୍ତୁ।ଅଧିକ ଜାଣିବା ପାଇଁ @BidhyarthiSathi ସହ ଯୋଡି ହୋଇ ରୁହନ୍ତୁ
🟢NEP 2020: ଯୁକ୍ତଦୁଇ ପରେ ଛାତ୍ରଛାତ୍ରୀ B.Edରେ ଆଡମିଶନ କରିପାରିବେ, ଦେଶର ୫୭ଟି ବିଶ୍ୱବିଦ୍ୟାଳୟରେ ମିଳିବ ଏହି ସୁବିଧା🟢
ଦେଶକୁ ଶିକ୍ଷା କ୍ଷେତ୍ରରେ ଦ୍ରୁତ ବିକାଶ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲକ୍ଷ୍ୟ ରହିଛି । ସେଥିପାଇଁ ଶିକ୍ଷାନୀତି ୨୦୨୦ (ଏନଇପି) ଅନୁସାରେ ଦେଶରେ ବିଶ୍ୱବିଦ୍ୟାଳୟ, କଲେଜ ଓ ସ୍କୁଲ ସ୍ତରରେ ଶିକ୍ଷାକୁ ନେଇ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ଏଭଳି ସ୍ଥିତିରେ ଶିକ୍ଷକତାକୁ ନେଇ କ୍ୟାରିୟର କରିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି ।
ସୂଚନା ମୁତାବକ, ନୂଆ ଶିକ୍ଷା ନୀତି ୨୦୨୦ ଆଧାରରେ ଛାତ୍ରଛାତ୍ରୀମାନେ ୪ ବର୍ଷର ବି.ଏଡ ପାଠ୍ୟକ୍ରମରେ ଆଡମିଶନ କରିପାରିବେ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ଶିକ୍ଷକ ଶିକ୍ଷା ପାଇଁ ଜାତୀୟ ପରିଷଦ (ଏନସିଇଟି) ପରୀକ୍ଷା ମାଧ୍ୟମରେ ଏହି ନାମଲେଖା ଆରମ୍ଭ ହେବ । ପାଇଲଟ୍ ପ୍ରୋଜେକ୍ଟ ଭାବେ ଦେଶର ୫୭ଟି ବିଶ୍ୱବିଦ୍ୟାଳୟରେ ଏହି ବି.ଏଡ୍ ଡିଗ୍ରୀ ପ୍ରୋଗ୍ରାମ ଆରମ୍ଭ କରାଯିବ । ଏନସିଇଟି ପକ୍ଷରୁ ୪ ବର୍ଷିଆ ବି.ଏଡ କୋର୍ସ ବାବଦରେ ସୂଚନା ଦିଆଯାଇଛି ।
ଏହି କୋର୍ସ ସ୍କୁଲ ଢାଞ୍ଚାର ୪ଟି ପର୍ଯ୍ୟାୟ ଫାଉଣ୍ଡେସନାଲ, ପ୍ରିପରେଟରୀ, ମିଡିଲ ଓ ସେକେଣ୍ଡାରୀ ପାଇଁ ଶିକ୍ଷକଙ୍କୁ ପ୍ରସ୍ତୁତ କରାଯିବ । ଚଳିତ ୨୦୨୩-୨୪ ଶିକ୍ଷାବର୍ଷରୁ ସେଣ୍ଟ୍ରାଲ ଓ ଷ୍ଟେଟ ୟୁନିଭରସିଟିରେ ଏହି କୋର୍ସ ଆରମ୍ଭ ହେବ । ପିଲାମାନେ ବିଏ-ବି.ଏଡ, ବି.କମ-ବି.ଏଡ ଓ ବି.ଏସସି- ବି.ଏଡ୍ ପ୍ରୋଗ୍ରାମରେ ନାମ ଲେଖାଇ ପାରିବେ । ଏହି ୪ ବର୍ଷିଆ ବି.ଏଡ୍ ପ୍ରୋଗ୍ରାମ ଶିକ୍ଷକଙ୍କର ଶିକ୍ଷାରେ ଏକ ନୂଆ ଯୁଗର ଶୁଭାରମ୍ଭ କରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । ଏଥିସହିତ ଯୁବକଙ୍କ ଭବିଷ୍ୟତ ଗଠନ ଓ ଦେଶକୁ ଆତ୍ମନିର୍ଭରଶୀଳ କରାଇବା ଦିଗରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମଧ୍ୟ କେନ୍ଦ୍ରମନ୍ତ୍ରୀ କହିଥିଲେ ।
♡ ㅤ ❍ㅤ ⎙ㅤ ⌲ 🔔
ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ ᵘⁿᵐᵘᵗᵉ
👁🗨MUST SHARE
& SUPPORT 🤝 💖
Join : @Bidhyarthisathi2
😲ଗୁଗଲରୁ ହେଲ୍ପଲାଇନ୍ ନମ୍ବର ଖୋଜୁଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ; ହରାଇପାରନ୍ତି ଲକ୍ଷ ଲକ୍ଷ ଟଙ୍କା😲
ଗୁଗଲରୁ ଫୋନ୍ ନମ୍ବର ଖୋଜି ଠକଙ୍କ ହାବୁଡ଼ରେ ପଡ଼ିଛନ୍ତି ରାଜଧାନୀର ୪ଜଣ ବ୍ୟକ୍ତି। ସେମାନଙ୍କ ଠାରୁ ସାଇବର୍ ଠକ ୧୧ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏନେଇ ସାଇବର୍ ଥାନାରେ ଅଭିଯୋଗ ହେବା ପରେ ୪ଟି ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।
😲ବାଇକ୍ ଡିଲର ଦେବା ଆଳରେ ୮ଲକ୍ଷ ଠକେଇ
ଓଲା ଡିଲରସିପ୍ ପାଇବା ଆଶାରେ ଜଣେ ବ୍ୟକ୍ତି ୮ଲକ୍ଷ ସାଇବର ଠକାମିର ଶିକାର ହୋଇଛନ୍ତି। ଠକାମିର ଶିକାର ହୋଇଥିବା ବ୍ୟକ୍ତି ହେଲେ ସହିଦନଗରରେ ରହୁଥିବା ବିପିନ୍ ବେହେରା। ଅଭିଯୋଗ ଅନୁସାରେ, ବିପିନ୍ ଓଲାର ବ୍ୟାଟେରିଚାଳିକ ବାଇକ୍ ଡିଲରସିପ୍ ନେବା ପାଇଁ ଗୁଗଲକୁ ଯାଇ ଏକ ନମ୍ବର ପାଇ ତାଙ୍କୁ ଫୋନ୍ କରିଥିଲେ। ସାଇବର୍ ଠକ ନିଜକୁ ଓଲାର ମ୍ୟାନେଜର ବୋଲି ପରିଚୟ ଦେଇଥିଲା। ଏପରିକି ଡିଲରସିପ୍ ପାଇଁ ବିପିନ ୮ଲକ୍ଷ ଟଙ୍କା ଦେବା ପରେ ଠକ ପୁଣି ଟଙ୍କା ମାଗିବାରୁ ବିପିନ ଥାନାରେ ଅଭିଯୋଗ କରିଥିଲେ।
😲ଚାକିରି ଦେବା ଆଳରେ ୬ଲକ୍ଷ ନେଇଗଲେ
ଘରେ ବସି ପାର୍ଟ ଟାଇମ୍ ଚାକିରି କରି ମାସକୁ ୫୦ ହଜାର ଟଙ୍କା ରୋଜଗାର କରିବା ଆଶାରେ ପଡ଼ି ଆଶିଷ ଜେନା ୬ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଚାକିରି ଖୋଜୁ ଖୋଜୁ ଆଶିଷ ଗୁଗଲରୁ ଏକ ଫୋନ୍ ନମ୍ବର ପାଇ କଲ୍ କରିଥିଲେ। ସାଇବର୍ ଠକ ତାଙ୍କୁ ପାର୍ଟ ଟାଇମ୍ ଚାକିରି କରି ମାସକୁ ୫୦ହଜାର ଟଙ୍କା ଦରମା ପାଇବା ପାଇଁ କହିଥିଲେ। ହେଲେ ପ୍ରଥମେ ୪୦ ହଜାର ଟଙ୍କା ଦେଇ ରେଜିଷ୍ଟ୍ରେସନ କରିବାକୁ କହିଥିଲେ। ଆଶିଷ ରେଜିଷ୍ଟ୍ରେସନ କରିବା ପରେ ତାଙ୍କୁ ବିଭିନ୍ନ ପ୍ରକାର ବାହାନା କରି ସମୁଦାୟ ୬ଲକ୍ଷ ଟଙ୍କା ନେଇଯାଇଥିଲେ।
😲ଗିଫ୍ଟ ଭାଉଚର ଆଳରେ ୨ଲକ୍ଷ ଗୋଲ୍
ଆମାଜନ୍ ଗିଫ୍ଟ ଭାଉଜର୍ ଆଳରେ ସାଇବର୍ ଠକ ନୂଆପଲ୍ଲୀର ରାହୁଲ ସାହାଙ୍କ ଠାରୁ ୨ଲକ୍ଷ ଟଙ୍କା ଠକି ନେଇଛନ୍ତ। ତାଙ୍କ ମୋବାଇଲ୍କୁ ଆମାଜନ୍ ଗିଫ୍ଟ ଭାଉଚର ବିଜେତା ହୋଇଥିବା ମେସେଜ୍ ଆସିଥିଲା। କିଭଳି ଏହି ଗିଫ୍ଟ ପାଇବେ ରାହୁଲ ଏନେଇ ଗୁଗଲରୁ ସର୍ଚ୍ଚ କରିଥିଲେ। ସେଠାରେ ଠକ ଦେଇଥିବା ନମ୍ବରକୁ କଲ୍ କରିବା ପରେ ୨ଲକ୍ଷ ଟଙ୍କା ଠକାମିର ଶିକାର ହୋଇଥିଲେ।
😲ଏଲ୍ଆଇସି ବଣ୍ଡ୍କୁ ଆଳକରି ଲକ୍ଷେ ଟଙ୍କା ଠକେଇ
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଆଲୋକ ରାଉତଙ୍କ ଏକ ୩୦ଲକ୍ଷ ଟଙ୍କାର ଏଲ୍ଆଇସି ବଣ୍ଡ୍ ରହିଛି। ତେଣୁ ହଠାତ୍ ତାଙ୍କ ମୋବାଇଲ୍କୁ ତାହା ବନ୍ଦ ହୋଇଯିବା ନେଇ ମେସେଜ ଆସିଥିଲ। ଏହା ଦେଖି ଭୟଭିତରେ ଆଲୋକ ଗୁଗଲକୁ ଯାଇ ହେଲ୍ପଲାଇନ୍ ନମ୍ବର ଖୋଜିଥିଲେ। ସେଠାରୁ ଏକ ନମ୍ବର ପାଇବା ପରେ କଲ୍ କରି ପଚାରିଥିଲେ। ଏହି ବଣ୍ଡ ଚାଲୁ ରଖିବା ପାଇଁ ୧ଲକ୍ଷ ଦେବାକୁ ପଡ଼ିବ ବୋଲି କହିଥିଲେ। ୩୦ ଲକ୍ଷ ହରାଇବା ଭୟରେ ୧ଲକ୍ଷ ଦେଇଥିଲେ।
♡ ㅤ ❍ㅤ ⎙ㅤ ⌲ 🔔
ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ ᵘⁿᵐᵘᵗᵉ
👁🗨MUST SHARE
& SUPPORT 🤝 💖
Join : @Bidhyarthisathi2
🟣ସୁନା ବିକ୍ରୀକୁ ନେଇ ଆସିଛି ନୂଆ ନିୟମ, ବିନା ହଲ୍ମାର୍କର ବିକ୍ରି ମନା🟣
ହଲ୍ମାର୍କ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ନିକଟରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ। ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍)ର ବିଭିନ୍ନ କାର୍ଯ୍ୟକ୍ରମର ସେ ସମୀକ୍ଷା ମଧ୍ୟ କରିଥିଲେ। କ୍ଷୁଦ୍ର ସଂସ୍ଥାରେ ଗୁଣାତ୍ମକ ମାନ ସଂସ୍କୃତିର ପ୍ରସାର କରିବା ଲାଗି ବିଭିନ୍ନ ଉତ୍ପାଦ ସାଟିର୍ଫିକେସନ ସ୍କିମ୍ରେ ସେମାନଙ୍କୁ ସାର୍ଟିଫିକେସନ୍ ଓ ସର୍ବନିମ୍ନ ମାର୍କିଂ ଫି’ ଉପରେ ୮୦ ପ୍ରତିଶତ ରିହାତି ଦେବାକୁ ନିଷ୍ପତ୍ତି ନିଆଯାଇଛି। ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର ଅତିରିକ୍ତ ସଚିବ ନିଧି ଖାରେ କହିଛନ୍ତି ଯେ ଗ୍ରାହକମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ହଲ୍ମାର୍କ ହୋଇନଥିବା ସୁନା ଗହଣାଗୁଡ଼ିକର ବିକ୍ରି ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ନିକଟରେ ଶେଷ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି।
✅ LIC ADO PRE ADMIT CARD OUT
https://ibpsonline.ibps.in/licadojan23/oecla_feb23/login.php?appid=e00efc84b30ee3375a145a6178f24c10
⚪ବେକାରୀ ନିୟନ୍ତ୍ରଣରେ ଓଡ଼ିଶାର ସଫଳତା: ଦେଶରେ ୭.୪୫%, ଓଡ଼ିଶାରେ ୨.୫⚪
ଶୃଙ୍ଖଳିତ ବିତ୍ତୀୟ ପରିଚାଳନା, ସୁଶାସନ ଏବଂ ରୋଜଗାର ସୃଷ୍ଟି ପାଇଁ ନିୟମିତ ଯୋଜନା ଭିତ୍ତିକ ପଦକ୍ଷେପ ଯୋଗୁଁ ରାଜ୍ୟ ସରକାର କ୍ରମାଗତ ଭାବେ ବେକାରୀ ନିୟନ୍ତ୍ରଣରେ ଚମକପ୍ରଦ ପ୍ରଦର୍ଶନ କରି ଆସୁଛନ୍ତି। ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମଆଇଇ)ର ଫେବୃଆରୀ ମାସର ତଥ୍ୟ ଅନୁଯାୟୀ ଦେଶରେ ବେକାରୀ ହାର ୭.୪୫ ପ୍ରତିଶତ ଥିବାବେଳେ ଓଡ଼ିଶାରେ ମାତ୍ର ତାହା ୨.୫ ପ୍ରତିଶତ ରହିଛି। ଓଡ଼ିଶାର ବେକାରୀ ହାର ଦେଶରେ ତୃତୀୟ ସର୍ବନିମ୍ନ ବୋଲି ରିପୋର୍ଟରୁ ଜଣାପଡ଼ିଛି। ଓଡ଼ିଶା ଉପରେ କେବଳ ମଧ୍ୟ ପ୍ରଦେଶ ଏବଂ ଛତିଶଗଡ଼ ରହିଛି। ୦.୮ ପ୍ରତିଶତ ସହ ଛତିଶଗଡ଼ର ବେକାରୀ ଦେଶରେ ସର୍ବନିମ୍ନ ସ୍ତରରେ ଥିବାବେଳେ ଏହା ପଛକୁ ମଧ୍ୟ ପ୍ରଦେଶ ୨.୦ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଓଡ଼ିଶା ସର୍ବନିମ୍ନ ବେକାରୀ ହାର ଆଧାରରେ କ୍ରମାଗତ ଭାବରେ ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ରହି ଆସୁଛି।
✅ LAPTOP DBT SCHEME 2021-22
📌 Extension of last date for application for Financial Assistance to meritorious 12th pass-out students for the purchase of Laptop (Laptop DBT Scheme,2021-22) up to 31.3.2023.
💠 OUAT ADMISSION
💠 CGuideline for PG & Ph.D (Agril & Allied subjects) spot counseling and Admission)
⚪ଆଇଏସସି ଦ୍ବାଦଶ ଫଳ ୯୯.୩୮%⚪
କାଉନସିଲ ଫର୍ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ୍ସ(ସିଆଇଏସସିଇ) ଦ୍ବାରା ପରିଚାଳିତ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ (ଆଇଏସସି) ଦ୍ବାଦଶ ପରୀକ୍ଷା ଫଳ ରବିବାର ଅପରାହ୍ଣ ୫ଟାରେ ପ୍ରକାଶ ପାଇଛି। ଚଳିତ ବର୍ଷ ଦେଶରେ ମୋଟ ପାସହାର ୯୯.୩୮ ପ୍ରତିଶତ ହୋଇଛି। ଛାତ୍ରଙ୍କୁ ପୁଣି ପଛରେ ପକାଇଛନ୍ତି ଛାତ୍ରୀ। ଛାତ୍ରଙ୍କ ପାସହାର ୯୯.୨୬ ପ୍ରତିଶତ ଏବଂ ଛାତ୍ରୀଙ୍କ ପାସହାର ୯୯.୫୨ ପ୍ରତିଶତ ରହିଛି। ଟପ୍ପର ତାଲିକାରେ ମୋଟ ୧୮ ଛାତ୍ରଛାତ୍ରୀ ସମାନ ନମ୍ବର ରଖି ରାଙ୍କ ୧ ନଂରେ ସ୍ଥାନ ପାଇଛନ୍ତି। ଗୁରୁଗାଓଁ ସ୍କଟିସ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରୀ ଅନନ୍ଦିତା ମିଶ୍ର ଓ ଏସଏମଟି ସୁଲୋଚନା ଦେବୀ ସିଙ୍ଘାଣିଆ ସ୍କୁଲର ଛାତ୍ରୀ ଉପାସନା ନନ୍ଦିଙ୍କ ପରି ୧୮ ଜଣ ସମାନ ୩୯୯ ନମ୍ବର ରଖି ପ୍ରଥମ ସ୍ଥାନରେ ଅଛନ୍ତି।
❌ ଆସନ୍ତା କାଲି ଓଡ଼ିଶା ବନ୍ଦ ❌
ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ପ୍ରତିବାଦରେ ଓଡ଼ିଶା ନବ ନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା । ସକାଳ ୬ରୁ ସନ୍ଧ୍ୟା ୬, ୧୨ଘଣ୍ଟିଆ ବନ୍ଦ ଡାକରା । ଗୃହ ବିଭାଗ ପକ୍ଷରୁ ସରକାରୀ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ସତର୍କତାମୂଳକ ପରାମର୍ଶ
🟡କିପରି ଆପଣ ଫଳାଫଳ ଯାଞ୍ଚ କରିବେ🟡
➡️ ସର୍ବପ୍ରଥମେ ବୋର୍ଡର ଅଫିସିଆଲ୍ ୱେବସାଇଟ୍, cisce.org କୁ ଯାଆନ୍ତୁ
➡️ ମୂଳପୃଷ୍ଠାରେ ଥିବା ‘ଆଇସିଏସଇ ଫଳାଫଳ ୨୦୨୨’ ଲିଙ୍କରେ କ୍ଲିକ୍ କରନ୍ତୁ
➡️ ବର୍ତ୍ତମାନ ଇଣ୍ଡେକ୍ସ ନମ୍ବର, ୟୁଆଇଡି ଏବଂ କ୍ୟାପଚା କୋଡ୍ ପରି ଲଗ ଇନ୍ ପରିଚୟପତ୍ର ଦିଅନ୍ତୁ
➡️ ଏହା ପରେ ଆପଣଙ୍କର ‘ଆଇସିଏସଇ ଦଶମ ଫଳାଫଳ ୨୦୨୨’ ସ୍କ୍ରିନରେ ଖୋଲିଯିବ
➡️ ଏହାକୁ ଯାଞ୍ଚ କରନ୍ତୁ ଏବଂ ଡାଉନଲୋଡ୍ କରନ୍ତୁ
➡️ ଛାତ୍ରଛାତ୍ରୀମାନେ ଫଳାଫଳର ଡିଜିଟାଲ୍ ମାର୍କ ସିଟ୍ ଡାଉନଲୋଡ୍ କରିପାରିବେ ଏବଂ ଏହାର ଏକ ପ୍ରିଣ୍ଟଆଉଟ୍ ବାହାରପାରିବେ।